ମୃତ୍ୟୁ
ମଣିଷ ଜନମ ଦୁଇ ଦିନିଆ
ସବୁ ଜାଣି ହୁଏ ଛାନିଆ
ମଣିଷ ଜୀବନ ଦୁଇ ଟି ନିଆଁ
ଜନ୍ମ ହେଲା ବେଳେ ଏନ୍ତୁଡି ନିଆଁ
ମଲା ବେଳେ ଜଳେ ଜୁଇ ର ନିଆଁ
କହନ୍ତି ଆହାଃ ଆହାଃ
ଆୟୁ ଗଲେ ସରି
କାଳ ଗଲେ ପୁରୀ
ମରଣ ହୋଇ ଆସେ କରି କିଁମିଆ
ଜୀବ ଥିଲା ବେଳେ କେତେ କପଟ ଛନ୍ଦ
ହିଂସା, ଲୋଭ ଆଉ ବାଦ
ମଲା ବେଳେ ସୁଭେନି କିଛି ବି ଶବଦ
ସବୁ ରହିଯାଏ
ଖାଲି ହାତେ ଯାଏ ହୋଇ ଏକୁଟିଆ
ମଣିଷ ଜନମ ଦୁଇ ଦିନିଆ
।।।।।।।।।।।।।।।।।।।