ଯୁଗ ବଦଳିବା ଦେଖି ଇନ୍ଦ୍ର
ସ୍ବର୍ଗରେ ଲଗାଇଲେ ଇଣ୍ଟର୍ ନେଟ୍,
କାହାକୁ ଲାପ୍ ଟପ୍ ଦେଲେ ତ
କା ହାତରେ ଟାବ୍ ଲେଟ୍ ।କମ୍ପ୍ୟୁଟରରେ ଖେଳ ଖେଳୁଥିବା
ଦେବତା ଖାଲି ଇଣ୍ଟର୍ ନେଟ୍ ରେ ମାତିଲେ ,
ଦିନରାତି ସବୁ କାମ ଛାଡି ଦେଇ
କବାଟ କିଳି ବସିଲେ ।କିଏ ହଲିଉଡ୍,କିଏ ବଲିଉଡ୍
ଅଭିନେତ୍ରୀ ଫଟୋ ଖାଲି ଦେଖିଲେ,
ସମସ୍ତ କାମକୁ ବାକି ରଖି
ନେଟ୍ ରେ ସିନେମା ଦେଖିଲେ ।ଦୁଇଟି ଶବ୍ଦ ବାଡେଇ ଦେଲେ
ଖୋଲିଲା ସବୁ ଗେଟ୍ ,
ଦେବତା ମାନେ ଖୁସିରେ କହିଲେ
ବାଃ ବାଃ ରେ ଇଣ୍ଟର୍ ନେଟ୍ ।ସବୁଆଡେ ଖାଲି ଆଲୋଚନା କଲେ
କିଏ ନେଟ୍ ରେ କଅଣ ଦେଖୁଛି ,
ହତ୍ୟା ,ଧର୍ଷଣ ,ଗୁପ୍ତ କ୍ୟାମେରାରୁ
କ'ଣ ଦୃଶ୍ୟ ସବୁ ଆସୁଛି ।ରମ୍ଭା ,ମେନକାଂକୁ ହେୟଜ୍ଞାନ କଲେ
ସିନେମା ନାୟିକା ଦେଖି ,
ଚାଟିଂରେ ଖାଲି ବ୍ୟସ୍ତ ରହିଲେ
ବଦଳିଗଲା ସଉକି ।କାମ ସବୁ ଯାକ ଠପ୍ ହୋଇଗଲା
ଇନ୍ଦ୍ରଂକର ଚିନ୍ତା ବଢିଲା ,
କୀଳା ସିଏ ନିଜେ ଡାକି ଆଣିଛନ୍ତି
କାହାକୁ କହିବେ ଭଲା ।
YOU ARE READING
ସ୍ବର୍ଗରେ ଇଣ୍ଟର୍ ନେଟ୍ (Internet in Heaven)
HumorWhat happened when God Indra introduced internet in the heaven. A short Humour poem .How the Devatas engaged in chating & net surfing .